ମାଲକାନଗିରି, ୧/୭ : ଭାରତ ମୁକ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା, ବହୁଜନ କ୍ରାନ୍ତି ଓ ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା ପକ୍ଷରୁ ଆଜି ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଓ ସଦସ୍ୟମାନେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି । ତେବେ ୫ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।
ଏହି ଦାବି ମଧ୍ୟରେ ଇଭିଏମ ବନ୍ଦ କରି ବାଲଟ ପେପର୍ ଭୋଟ କରାଯାଉ, କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସିଙ୍କ ଜାତି ଭିତ୍ତିକ ଜନ ଗଣନା ନ କରିବା, ଆରଏସଏସ ଓ ବିଜେପି ଦ୍ୱାରା ମୂଳ ନିବାସୀ ବହୁଜନ ମହାପୁରୁଷଙ୍କୁ ଅପମାନିତ କରିବା ବନ୍ଦ କରାଯାଉ, ବୌଦ୍ଧ ଗୟା ଟେଂପଲ ଆକ୍ଟ ୧୯୪୯ ବିରୁଦ୍ଧରେ ସ୍ୱର ଉତ୍ତୋଳନ, ୱାକଫ ସଂଶୋଧନ ବିଧେୟକ ୨୦୨୫ବିରୁଦ୍ଧରେ ସ୍ୱର ଉଠାଯାଇଛି । ଏହି ବନ୍ଦ ଡାକରା ଜିଲ୍ଲାରେ ଆଂଶିକ ପ୍ରଭାବ ପକାଇଛି । ଭାରି ଯାନ ଓ ଯାତ୍ରୀ ବାହି ଯାନ ଚଳାଚଳରେ କିଛି ସ୍ଥାନରେ ବାଧାପ୍ରାପ୍ତ ହୋଇଛି ।